ଅନୁଗୋଳ: ଆଇଏନଟିସିୟୁ ସହବନ୍ଧିତ ‘ନାଲକୋ ଏମ୍ପ୍ଲଇଜ ସଂଘ’ (ନେସ)ର ଉପସଭାପତି ତଥା ନାଲକୋ ସ୍ମେଲଟର ପ୍ଲାଣ୍ଟର ବର୍ଷୀୟାନ ଶ୍ରମିକ ନେତା ଉପେନ୍ଦ୍ର ବେହେରା ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ନେସ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।ପ୍ରାୟ ଚାରି ଦଶନ୍ଧି ଧରି ସ୍ମେଲଟର ପ୍ଲାଣ୍ଟର କାଷ୍ଟ ହାଉସ ‘ବି’ ଏବଂ ପଟ ଲାଇନରେ ଦୀର୍ଘଦିନ ଧରି ସୁଚାରୁ ସେବା ଯୋଗାଇବା ସହ ଶ୍ରମିକମାନଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ଶ୍ରୀ ବେହେରା ସବୁବେଳେ ସଂଗ୍ରାମ କରିଆସିଥିଲେ। କାର୍ଯ୍ୟକ୍ରମରେ ତାଙ୍କ ଧର୍ମପତ୍ନୀ ଭାରତୀ ବେହେରା ଉପସ୍ଥିତ ଥିଲେ। ନାଲକୋ ଉଚ୍ଚ କର୍ତ୍ତୃପକ୍ଷ, କାଷ୍ଟ ହାଉସ ‘ବି’, ନେସ ସଂଗଠନ, ଏସସି/ଏସଟି କଲ୍ୟାଣ ଆସୋସିଏସନ, କୈବର୍ତ୍ତ ସମାଜ, ଠିକା ଶ୍ରମିକ ୟୁନିୟନ ଏବଂ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯୁବ ଶାଖା ପକ୍ଷରୁ ଶ୍ରୀ ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ପ୍ରକାଶ ବେହେରା, ଅଭୟ ସାମଲ, ଶ୍ରୀକାନ୍ତ ସାହୁ, ଅନିଲ ବରାଳ, ଅମର ସୁତାର, ଶ୍ରୀକାନ୍ତ ଦାସ, ଗଗନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଶ୍ରମିକ ନେତା ଅଭୟ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।