ଅନ୍ୟାନ୍ୟ

ଅବସର ନେଲେ ଖାଉଟି ଅଦାଲତ ଅଧ୍ୟକ୍ଷ

By Biswaranjan Pattnaik

October 12, 2023

ଅନୁଗୁଳ: ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗର ଅଧ୍ୟକ୍ଷ ସରୋଜ କୁମାର ସାହୁ ଗତ ୧୧ ତାରିଖରେ ଅବସର ଗ୍ରହଣ କରିଛନ୍ତି।ଏଥିପାଇଁ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଶ୍ରୀ ସାହୁ ମାର୍ଚ୍ଚ ୧୬,୨୦୨୨ରେ ଏଠାରେ ଯୋଗା ଦାନ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବହୁ ଖାଉଟି ବିବାଦର ସମାଧାନ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ସମ୍ବର୍ଦ୍ଧନା ସଭାରେ ସମସ୍ତ କର୍ମଚାରୀଙ୍କ ସମେତ ଆୟୋଗର ସଦସ୍ୟ ସସ୍ମିତା ରଥ ପ୍ରମୁଖ ଯୋଗଦାନ କରିଥିଲେ ।