ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ପରିସରରେ ‘ମା ଙ୍କ ନାମରେ ବୃକ୍ଷଟିଏ’ ବୃକ୍ଷରୋପଣ କାର୍ଯ୍ଯକ୍ରମ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା, ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ବଅଁରପାଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଚନ ଦାସ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧବ ପାଣିଗ୍ରାହୀ, ବ୍ଲକ ଅଧୀନସ୍ଥ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ପ୍ରାଣୀ ଚିକିତ୍ସକ ଅଧିକାରୀ, ଦମକଳ ବାହିନୀ ଅଧିକାରୀଙ୍କ ସହ ସମସ୍ତ ବିଭାଗର ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ। ସରପଞ୍ଚ, ସମିତି ସଭ୍ୟ, ଦଳ କର୍ମକର୍ତ୍ତା, ମିଶନ ଶକ୍ତି ମହିଳାମାନେ ବୃକ୍ଷରୋପଣ କରିବା ସହ ପରିବେଶକୁ ସ୍ଵଚ୍ଛ ଓ ସୁସ୍ଥ ରଖିବାକୁ ଆହ୍ଵାନ ଦେଇଥିଲେ।