ଅନ୍ୟାନ୍ୟ

ବସଲା ପଞ୍ଚାୟତରେ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା କଲେ ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ

By Angul TV Bureau

February 23, 2023

ଅନୁଗୁଳ: ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ଆଜି ଅନୁଗୁଳ ବ୍ଲକ ବସଲା ପଞ୍ଚାୟତ ଗସ୍ତ କରିଛନ୍ତି। ଏ ଅବସରରେ ପ୍ରଥମେ ବସଲା ପଞ୍ଚାୟତ କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବସଲା ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତରେ ପାନୀୟ ଜଳ ବ୍ୟବସ୍ଥାର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଓଡିଶା ସରକାରଙ୍କ ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ପଞ୍ଚାୟତରେ ଚାଲିଥିବା ବସୁଧା ଯୋଜନାର ପ୍ରକଳ୍ପ ଗୁଡିକ ବିଷୟରେ ଆଲୋଚନା ହୋଇଥିଲା। ଏହା ସହ ଉପଦେଷ୍ଟା ସମସ୍ତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ ଗ୍ରାମବାସୀ ମଧ୍ୟ ନିଜର ସମସ୍ୟା ବିଷୟରେ ଅବଗତ କରାଇଥିଲେ। ବୈଠକରେ ପଞ୍ଚାୟତର ଓ୍ବାର୍ଡ ମେମ୍ବର, ସିରପି, ଏମବିକେ, କୃଷି ମିତ୍ର, ପ୍ରାଣୀ ମିତ୍ର ତଥା ସ୍ବୟଂସହାୟିକା ଗୋଷ୍ଠୀର ମହିଳା ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।