ପ୍ରତିଭା ଓ ବ୍ୟକ୍ତିତ୍ୱ

ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଗୁଳ ଝିଅ ସିଲକା ସେଲୋନୀ ସମ୍ମାନିତ

By Angul TV Bureau

June 04, 2025

ଅନୁଗୁଳ: ସାହସିକତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଗୁଳର ଝିଅ ସିଲକା ସେଲୋନୀଙ୍କୁ ପୁରସ୍କୃତ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଅଗ୍ରଣୀ ପ୍ରାଣୀ ସୁରକ୍ଷା କର୍ମୀ ମାନେକା ଗାନ୍ଧୀ। ରୋଟାରୀ କ୍ଲବ (RID- ୩୨୬୨) ତରଫରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ଗ୍ରାମର ଝିଅ ସିଲକା ସେଲୋନୀ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ନେକ ହେଲ୍ପ ଲାଇନର ବରିଷ୍ଠ ସଦସ୍ୟ ହିସାବରେ ଉଭୟ ଅନୁଗୁଳ ଏବଂ ଭୁବନେଶ୍ୱରରେ ଅନେକ ସାପ ଉଦ୍ଧାର କରିଛନ୍ତି। ଏଥିସହ ଜନ ସଚେତନତା ମଧ୍ୟ କରିଛନ୍ତି। ବର୍ତ୍ତମାନ ସେ ରାଜ୍ୟର ଅଗ୍ରଣୀ ସମ୍ବାଦପତ୍ର ସମ୍ବାଦରେ ଅନୁଗୁଳ ସଂସ୍କରଣରେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସିଲକାଙ୍କୁ ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ବିଜୁ କନ୍ୟା ରତ୍ନ ପୁରସ୍କାର, ଅନୁଗୁଳ ବନଖଣ୍ଡ ତରଫରୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।