ମୁଖ୍ୟ ଖବର

ରେଙ୍ଗାଳି ଡ୍ୟାମ ଜଳପତ୍ତନ ବୃଦ୍ଧି: ସତର୍କ ସୂଚନା ଜାରି

By Angul TV Bureau

July 29, 2026

ଅନୁଗୋଳ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯାହାଫଳରେ କଣିହାଁ ବ୍ଲକସ୍ଥିତ ରେଙ୍ଗାଳି ଡ୍ୟାମରେ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଡ୍ୟାମର ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୨୧.୭୫ ମିଟରରେ ପହଞ୍ଚିଛି। ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୫,୨୬୮.୪୬ ଘନ ମିଟର ଜଳ ପ୍ରବେଶ କରୁଥିବାବେଳେ ପାୱାର ଚ୍ୟାନେଲ ଦେଇ ୫୭୮.୭୨ ଘନ ମିଟର ଜଳ ନିଷ୍କାସିତ ହେଉଛି ଏବଂ ୨୦୪.୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହେଉଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଯେକୌଣସି ମୁହୂର୍ତ୍ତରେ ଡ୍ୟାମର ଗେଟ୍ ଖୋଲାଯାଇପାରେ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ବନ୍ଧ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ନଦୀକୂଳିଆ ଗ୍ରାମଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ନଦୀକୁ ନ ଯିବାକୁ ଏବଂ ଗୃହପାଳିତ ପଶୁଙ୍କୁ ନଦୀ ନିକଟକୁ ନ ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।