ମୁଖ୍ୟ ଖବର

ଜଳବନ୍ଦୀ ସମସ୍ୟା ପରେ ଡେଙ୍ଗୁ ମ୍ୟାଲେରିଆ ଆଶଙ୍କା ବଢ଼ିଲା

By Biswaranjan Pattnaik

August 01, 2026

ଅନୁଗୋଳ: କିଛି ଦିନ ଧରି ଲଗାଣ ବର୍ଷା ଛାଡ଼ି ଯିବା ପରେ ଏବେ ଶୁଖିଲା ପାଗ ଯୋଗୁଁ ଅନୁଗୋଳ ସହରରରେ ଡେଙ୍ଗୁ ଓ ମ୍ୟାଲେରିଆ ଆଶଙ୍କା ବୃଦ୍ଧିପାଇଛି। ଗତ ଲଗାଣ ବର୍ଷାରେ ସହରର ଅନେକ ବସ୍ତି ଓ ୱାର୍ଡ ପାଣି ଘେରରେ ଥିଲା।ପାଣି ମାହାର ବନ୍ଦ କରି ଘର କରିବାରୁ ଏଭଳି ଅବସ୍ଥା ଉପୁଜିଥିଲା। ଏବେ ଡେଙ୍ଗୁ ଓ ମ୍ୟାଲେରିଆରୁ ତ୍ରାହି ପାଇଁ ପୌରପାଳିକା ଆକ୍ସନ ମୋଡକୁ ଓହ୍ଲାଇଛି।

ସଫେଇ କର୍ମଚାରୀ ମାନେ ଗତ ୨୯ ତାରିଖରୁ ଡ୍ରେନ୍, ପାଣି ଜମି ଥିବା ସ୍ଥାନରେ ମଶା ତେଲ ଓ ସନ୍ଧ୍ୟାରେ ଫଗିଂ ମେସିନ୍ ସାହାଯ୍ୟରେ ଧୂଆଁ ଛଡ଼ା ଯାଉଛି। ବର୍ତ୍ତମାନ ସୁଦ୍ଧା ୧, ୧୬, ୧୭, ୭, ୨,୧୯ ଓ ୨୦ ନମ୍ୱର୍ ୱାର୍ଡରେ ମଶା ତେଲ ସ୍ପ୍ରେ କରାଯାଉଛି। ପର୍ଯ୍ୟାୟକ୍ରମେ ଅନ୍ୟ ୱାର୍ଡରେ ମଧ୍ୟ ମଶା ମରା ତେଲ ପଡିବ ବୋଲି ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି ।