ଘଟଣା ଓ ଦୁର୍ଘଟଣା

ରାସ୍ତାର ୮ଫୁଟ ତଳକୁ ଖସିଲା କାର୍, ୩ ଆହତ

By Sanjeeb Biswal

November 14, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥର ସିଆରିମାଳିଆ ନିକଟ ଛେଣ୍ଡିପଦା ଜଙ୍ଗଲ ରାସ୍ତାରେ ଶନିବାର ମଧ୍ୟାହ୍ନରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର୍ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଏକ କାର୍ (ଓଆର୍‌୧୯ଜି-୩୨୪୯) ଛେଣ୍ଡିପଦା ଅଭିମୁଖେ ଆସୁଥିଲା ବେଳେ ମଧ୍ୟାହ୍ନ ପ୍ରାୟ ୧୨ଟାବେଳେ ଏକ ବୁଲାଣିରେ ରାସ୍ତାକଡ଼ ଗଛ ସହ ଧକ୍କାହୋଇ ୮ ଫୁଟ ଗଭୀରକୁ ଖସିପଡ଼ିଥିଲା। ଫଳରେ କାର୍‌ରେ ଥିବା ମାମୁରିଆ ଗାଁର ଜିତେନ୍ଦ୍ର ବେହେରା(୨୫)ଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ଦୀପକ ଭୂତିଆ(୨୭), ଅନୁ ସାହୁ(୩୦) ଘଣ୍ଡିଆଖାବରା ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍ ଜବତ କରିବା ସହ ଏ ସଂପର୍କରେ ତଦନ୍ତ ଚଳାଇଛି।