ଘଟଣା ଓ ଦୁର୍ଘଟଣା

ପୃଥକ ଦୁର୍ଘଟଣା: ୪ ଆହତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

By Angul TV Bureau

December 30, 2024

ଅନୁଗୁଳ: ଅନୁଗୁଳ ରବିବାର ସାପ୍ତାହିକ ହାଟରୁ ସାଇକେଲ ଯୋଗେ ଘରକୁ ଫେରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ବେପାରୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ନିଶା ଗ୍ରାମର ତ୍ରିଲୋଚନ ସ୍ୱାଇଁ।

ସୂଚନା ମୁତାବକ, ତ୍ରିଲୋଚନ ସ୍ୱାଇଁ ଅନୁଗୁଳ ସାପ୍ତାହିକ ହାଟକୁ ସାଇକେଲ ଯୋଗେ ପରିବା ବେପାର କରିବାକୁ ଆସିଥିଲେ। ବେପାର ସାରି ସେ ସାଇକେଲରେ ଘରକୁ ଫେରିବା ସମୟରେ ହାଟ ନିକଟରେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ତ୍ରିଲୋଚନଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଛି।

ସେହିପରି ବାଇକ୍ ଧକ୍କାରେ ୩ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଜରପଡା ଥାନା ଅନ୍ତର୍ଗତ ଜରପଡା ଗ୍ରାମର ଦିଲ୍ଲୀପ ବେହେରା ଓ ପ୍ରକାଶ ବିଶ୍ବାଳ ଏକ ବାଇକରେ ଅନୁଗୁଳରୁ ଜରପଡା ଘରକୁ ଫେରୁଥିବା ବେଳେ ବଡହିସଂର ଗ୍ରାମ ଠାରେ ପଛରୁ ଏକ ଟ୍ରକ୍ ଧକ୍କା ଦେଇ ପଳାଇଥିଲା। ଦୁହେଁ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଏକ ବୋଲେରୋ ଗାଡ଼ିରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।