ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ମଠ ଛକଠାରେ ଶୁକ୍ରବାର ଏକ କାର ସହ ବାଇକର ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ମଧ୍ୟାହ୍ନରେ ସାନକେରେଜାଙ୍ଗ ଗ୍ରାମର ଗଜେନ୍ଦ୍ର ନାୟକ ବାଇକ(ଓଡି୧୯ଏନ୍-୮୪୪୦)ରେ ପରା ଗାଁରୁ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ବଇଣ୍ଡାରୁ ଅନୁଗୁଳ ଆଡ଼କୁ ଯାଉଥିବା ଏକ କାର(ଓଡି୦୨ଏପି- ୮୬୧୩) ୫୫ ନଂ ଜାତୀୟ ରାଜପଥର ଜରପଡ଼ା ମଠ ଛକଠାରେ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚାଳକ ଗଜେନ୍ଦ୍ର ନାୟକଙ୍କ ଘଟଣା ସ୍ଥଳରେ ମତ୍ୟୁ ହୋଇଥିଲା। ତାଙ୍କ ସାଥୀରେ ବିସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଖରପାଇ ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁକରି ତଦନ୍ତ କରୁଛି।