ମୁଖ୍ୟ ଖବର

କାରକୁ ଧକ୍କା ଦେଲା ବାଇକ, ଗଲା ଜଣଙ୍କ ଜୀବନ; ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

By Angul TV Bureau

December 29, 2024

ଅନୁଗୁଳ: କାରକୁ ବାଇକ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆବଡ଼କେରା ଗାଁ ନିକଟରେ ଆଜି ଅପରାହ୍‌ଣରେ ଏକ ବାଇକ୍‌କୁ କାର୍‌ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏହାକୁ ନେଇ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ।

ସୂଚନା ମୁତାବକ, ନୂଆବଡ଼କେରା ଗ୍ରାମର ରସାନନ୍ଦ ସାହୁ ଓ ମନୋଜ ସାହୁ ଅନୁଗୁଳରୁ ଘରକୁ ବାଇକ୍‌ରେ ଫେରୁଥିଲେ। ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ କାର୍‌ (ଓଡି-୦୨ସିଜେ-୭୮୫୭) ବାଇକ୍‌କୁ ପଛରୁ ଜୋର୍‌ରେ ଧକ୍କା ଦେଇଥିଲା। ବାଇକ୍‌ରୁ ପଡ଼ି ରସାନନ୍ଦ ଓ ମନୋଜ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଯିବା ବାଟରେ ରସାନନ୍ଦଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଜଣାପଡ଼ିବା ପରେ ନୂଆବଡ଼କେରା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଓ କାର୍‌ ଚାଳକକୁ ଗିରଫ ଦାବିରେ ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥକୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଗ୍ରାମବାସୀ ରାଜପଥ ଅବରୋଧରୁ ହଟିଥିଲେ।