ମୁଖ୍ୟ ଖବର

ହିଙ୍ଗୁଳା ଖଣିରେ ଦୁର୍ଘଟଣା: ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

By Angul TV Bureau

October 13, 2025

ଅନୁଗୁଳ: ତାଳଚେର ଗୋପାଳପ୍ରସାଦ ଥାନା ଅଧୀନ ହିଙ୍ଗୁଳା ଖଣିର କୋଲକରିଡର ରାସ୍ତାରେ ଟ୍ରକ ଧକ୍କାରେ ଜଣେ ଟ୍ରକ ମାଲିକ ତଥା ଚାଳକ ରଜତ ନାୟକ (୩୩)ଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଖଣିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଅନୁଗୁଳ ସଦର ଥାନା ଅଧୀନ ସାକସିଙ୍ଗା ଗ୍ରାମର ରଜତ ନାୟକ ନିଜ ଟ୍ରକ ରଖି କୋଲକରିଡରରେ ଚାଲିଚାଲି ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଗତକାଲି ଗୁରୁତର ଅବସ୍ଥାରେ ତାଙ୍କୁ  ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ୩୦ରୁ ଅଧିକ ଲୋକ ଚିକିତ୍ସାଳୟରେ ହଙ୍ଗାମା କରି ମୃତଦେହ ବୋହି ନେଇଥିଲେ।

ଆଜି ସେମାନେ ହିଙ୍ଗୁଳା ଖଣି ସାମ୍ନାରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଖବର ଲେଖା ହେବା ବେଳକୁ ପୋଲିସ ପାଖରେ କୌଣସି ଲିଖିତ ଅଭିଯୋଗ ନଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।