ମୁଖ୍ୟ ଖବର

ପାଣି ପାଇଁ ରାସ୍ତା ଅବରୋଧ: ଗରା ବାଲଟି ଧରି ଆନ୍ଦୋଳନ କଲେ ଲୋକେ

By Angul TV Bureau

May 08, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମ ପଞ୍ଚାୟତର ୮ ନମ୍ବର ୱାର୍ଡ ତଥା ମହୁଲବୁରି ସାହିର ବାସିନ୍ଦା ଆଜି ଅପରାହ୍ନରେ ପାଣି ପାଇଁ ରାସ୍ତା ଉପରେ ଗରା ବାଲଟି ଧରି ବସିଛନ୍ତି। ସୂଚନା ମୁତାବକ, କାଣ୍ଡସର ପଞ୍ଚାୟତ ୮ ନମ୍ବର ୱାର୍ଡ ତଥା ମହୁଲବୁରି ସାହିରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ପରିବାର ବସବାସ କରୁଛନ୍ତି। ଖରା ଦିନ ହେଇଥିବାରୁ ପାଣିର ସମସ୍ୟା ଦେଖା ଦେଇଛି। କାରଣ ପାଣି ଆସିବା ପାଇଁ ପାଖାପାଖି ଦୁଇ ବର୍ଷରୁ ଊର୍ଦ୍ଧ୍ଵ ଦିନ ହେଲା ପାଇପ୍ ପଡ଼ିଛି, କିନ୍ତୁ ପାଣିର ଦେଖା ନାହିଁ। ପାଣି ଟୋପାଏ ପାଇଁ ପୋଖରୀ, କୂଅ ଏବଂ ନଳକୂପ ଉପରେ ନିର୍ଭର ହେଉଛନ୍ତି। ଯେହେତୁ ଖରା ଦିନ ପୋଖରୀ ଏବଂ କୂଅର ଜଳ ସ୍ତର କମି ଯାଇଛି। ନଳକୂପରୁ ପାଣି କମ୍ ବାହାରୁଥିବା ବେଳେ ଅଧିକ ପାଣି ବ୍ୟବହାର କଲେ ଲୁହା ଗୁଣ୍ଡ ମଧ୍ୟ ବାହାରୁଛି। ପାଣି ସମସ୍ୟା ଯଥା ଶୀଘ୍ର ସମାଧାନ ନ କଲେ ଭୋଟ ଦେବୁ ନାହିଁ ବୋଲି କହିଛନ୍ତି ମହୁଲବୁରି ସାହି ବାସିନ୍ଦା।