ମୁଖ୍ୟ ଖବର

ଟ୍ରଲର ଦୁର୍ଘଟଣା ଯୋଗୁ ୨୦ ଘଣ୍ଟା ଜାମ୍ ହେଲା ରାସ୍ତା, ତୀବ୍ର ବିରୋଧ କଲା କଂଗ୍ରେସ

By Angul TV Bureau

March 31, 2025

ଅନୁଗୁଳ: ଟ୍ରଲର ଦୁର୍ଘଟଣା ଯୋଗୁ ଜାମ୍ ହେଲା ରାସ୍ତା। ବିରୋଧ କଲା କଂଗ୍ରେସ। ଆଜି ଅନୁଗୁଳ ହନୁମାନ ବଜାରରେ ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଆଇରନ୍ କୋଏଲ ନେଇ ଏକ ଟ୍ରଲର କର୍ଣ୍ଣାଟକ ଅଞ୍ଚଳକୁ ଯାଉଥିଲା। ଗତ ରାତି ପ୍ରାୟ ୩ଟା ବେଳେ ହନୁମାନ ବଜାର ଠାରେ ଥିବା ହମ୍ପସରେ ଟ୍ରଲର ଡ୍ରାଇଭର ବ୍ରେକ୍ ଦେବାରୁ ଆଇରନ୍ କଏଲ ଭାରସ୍ୟାମ ହରାଇ ଟ୍ରଲରର କ୍ୟାବିନ ଉପରେ ପଡ଼ିଯାଇଥିଲା। ଫଳରେ କ୍ୟାବିନ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସୌଭାଗ୍ୟବଶତଃ କ୍ୟାବିନ ଭିତରେ ଥିବା ଡ୍ରାଇଭର ସୁରକ୍ଷିତ ଭାବେ ବାହାରକୁ ଆସିଥିଲେ। କିନ୍ତୁ ଟ୍ରଲର୍ ରାସ୍ତା ମଧ୍ୟରେ ପଡ଼ିରହିଥିଲା। ଫଳରେ ପାଖାପାଖି ୨୦ ଘଣ୍ଟା ରାସ୍ତା ଜାମ ରହି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଆଜି ରାତି ୯ ଟା ବେଳେ ଜିଲ୍ଲା କଂଗ୍ରେସର ନେତା ମାନେ ଘଟଣସ୍ଥଳରେ ପହଞ୍ଚି ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ। ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ବଲବୀର ସିଂ, ଲୁଲୁ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ସାହୁ, ଶଙ୍କର୍ଷଣ ସାହୁ, ସଂଗ୍ରାମ ବେହେରା, ବିଶ୍ୱଜିତ୍ ବିଶ୍ଵାଳ,  ମାନସ ବିଶ୍ଵାଳଙ୍କ ସମେତ ବହୁ କଂଗ୍ରେସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଜାମ୍ ହଟାଇବାକୁ ପ୍ରଶାସନ ଉପରେ ଚାପ ପକାଇଥିଲେ। ଏଥିସହ ଯେ ପର୍ଯ୍ୟନ୍ତ ଅନୁଗୁଳ ପରିବହନ ବିଭାଗ ଟ୍ରଲରକୁ ନ ହଟାଇଛି ସେବେ ଯାଏଁ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି ସେମାନେ ଦାବି କରିଥିଲେ।