ଅନୁଗୁଳ: ସ୍ଥାନୀୟ ଏସପିଙ୍କ ବାସଭବନ ସମ୍ମୁଖରେ ଥିବା ଏକ ବିପଜ୍ଜନକ ମୃତ ଗଛ କଟାଯିବା ସହ ସେହି ସ୍ଥାନ ସଫା କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ଅନୁଗୋଳ ଉପଖଣ୍ଡ ପରିଚାଳକଙ୍କ ସୂଚନା ମୁତାବକ, ଆସନ୍ତାକାଲି ଅର୍ଥାତ୍ ୦୭.୦୪.୨୦୨୬ ତାରିଖରେ ଅନୁଗୁଳ ପୌରପାଳିକାର ସହାୟତାରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଥାନା ଛକରୁ ଏସପି ବାସଭବନ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ।
କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଏବଂ ସାଧାରଣ ଜନତାଙ୍କ ନିରାପତ୍ତା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଦୁଇ ଘଣ୍ଟା ମଧ୍ୟରେ ସେହି ରାସ୍ତାରେ ଯାତାୟାତ ନକରିବାକୁ ଏବଂ ସହଯୋଗ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି। ଗଛ କଟା ସରିବା ପରେ ପୁନର୍ବାର ରାସ୍ତାକୁ ସାଧାରଣ ଯାତାୟାତ ପାଇଁ ଖୋଲି ଦିଆଯିବ।