ଘଟଣା ଓ ଦୁର୍ଘଟଣା

ପଥଚାରୀଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି, ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ

By Angul TV Bureau

January 01, 2026

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ପଥଚାରୀ ମୃତ। ଆଜି ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ ପାଳଲହଡା ଥାନା ମୁକ୍ତାପୁର ଢାବା ନିକଟରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନଗିରା ପଞ୍ଚାୟତ ଖଡକା ଗାଁର ଲକ୍ଷ୍ମଣ ବେହେରା (୫୫)। ଖବର ପାଇ ପାଳଲହଡା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।