ମୁଖ୍ୟ ଖବର

ଥର୍ମାଲ ନିକଟରେ ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ

By Biswaranjan Pattnaik

July 12, 2024

ଅନୁଗୁଳ: ଆଜି ଅପରାହ୍ନରେ ଥର୍ମାଲ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ନୁଆଁପଡା ଛକରେ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଯେ, ଅନୁଗୁଳ କଲେଜ ଛକ ନିକଟରେ ପାନ ଦୋକାନ ଦେଇଥିବା ବ୍ରଜବନ୍ଧୁ ସାହୁ ତାଙ୍କ ଭଉଣୀଙ୍କ ଘର ପ୍ରତିଷ୍ଠା ପାଇଁ ଅନୁଗୁଳରୁ ଜଣେ ରୋଷେୟା ଅଲେଖ ସାହୁଙ୍କୁ ଥର୍ମାଲ ପଠାଇ ଥିଲେ। ଭୋଜି ସାରି ଫେରିଲା ସମୟରେ ବ୍ରଜବନ୍ଧୁ ନିଜ ବାଇକରେ ଅଲେଖଙ୍କୁ ବସାଇ ଆଣୁଥିଲେ। ଥର୍ମାଲ ନୁଆଁପଡା ଛକ ନିକଟରେ ଟ୍ରକ୍ ଧକ୍କାରେ ଉଭୟଙ୍କ ଜୀବନ ଚାଲି ଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ବ୍ରଜଙ୍କ ଘର ସୁସୁଡାରେ ଏବଂ ଅଲେଖଙ୍କ ଘର ଖଲାରୀରେ ବୋଲି ଜଣା ପଡ଼ିଛି। ବ୍ରଜ ଲ ମୃତ୍ୟୁରେ କଲେଜ ଛକ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।