ମୁଖ୍ୟ ଖବର

ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ମାସ ୨୦୨୫ ପାଳିତ, ରାଲି କରି ସଚେତନ କଲେ ଛାତ୍ରଛାତ୍ରୀ

By Angul TV Bureau

January 04, 2025

 

ଅନୁଗୁଳ: ଅନୁଗୁଳ ପରିବହନ ବିଭାଗ ପକ୍ଷରୁ ଶୁକ୍ରବାର ସଡକ ସୁରକ୍ଷା ମାସ ୨୦୨୫ ପାଳିତ ହୋଇଛି। ଏହି ସଡ଼କ ସୁରକ୍ଷା ମାସ ପୂର୍ବରୁ ଏକ ସପ୍ତାହ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏକ ମାସ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ମାସ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସଡ଼କ ସୁରକ୍ଷା ପାଳନ କରାଯିବ।

ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ପ୍ରଥମ ଦିନ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଠାରେ ବିଭିନ୍ନ ସଚେତନତା କରିବା ସହ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିନରେ ଛେଣ୍ଡିପଦା ଅଞ୍ଚଳରେ ସଚେତନତା କରାଯାଇଥିଲା। ଶୁକ୍ରବାର ଅନୁଗୁଳ ସହରରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ବାହାରିଥିଲା। ରାଲିଙ୍କୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏବଂ ଜିଲ୍ଲା ପରିବହନ ବିଭାଗ ଅଧିକାରୀ ନିଖିଳ ପଟ୍ଟନାୟକ ପତାକା ଦେଖାଇ ଆରମ୍ଭ କରିଥିଲେ। ରାଲିରେ ପରିବହନ ବିଭାଗ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।