ଅନ୍ୟାନ୍ୟ

ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ: ଅନୁଗୁଳ ସହର ବୁଲିଲା ରାଲି

By Angul TV Bureau

January 03, 2024

ଅନୁଗୁଳ: ଜାନୁଆରୀ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଗୁଳରେ ପାଳିତ ହେଉଛି ସଡ଼କ ସୁରକ୍ଷା ସଚେତନତା ସପ୍ତାହ। ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ୧୧ ଟାରେ ଅନୁଗୁଳ ଉପ ଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ରାଲି ଶୈଳ ଶ୍ରୀକ୍ଷେତ୍ରଠାରୁ ବାହାରି ସହର, ଜିଲ୍ଲାପାଳଙ୍କ ବାସଭବନ, ସର୍କିଟ ହାଉସ ଛକ, ଥାନା ଛକ, ରାଜା ଛକ ଦେଇ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ରାଲିରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସଡ଼କ ସୁରକ୍ଷା ସଚେତନତା ପ୍ଲାକାର୍ଡ ପ୍ରଦର୍ଶନ ସହ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗ ଦେଇଥିଲେ।