ଅନୁଗୁଳ: ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇ ଯାଇଛି।ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଅଧ୍ୟକ୍ଷ ଡଃ ନିଳାଞ୍ଚଳ ପଟେଲ ପୌରହିତ୍ୟ କରିଥିଲେ।ଜାତୀୟ ସେବା ସଂସ୍ଥା କାର୍ଯ୍ୟକାରୀ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗିୟ ମୁଖ୍ୟ ଡଃ ବସନ୍ତ କୁମାର ସାହୁ ସଡ଼କ ସୁରକ୍ଷାରେ ଛାତ୍ର ଛାତ୍ରୀଙ୍କ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ।
ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ମୋଟର ଭେହିକିଲ ନୀରିକ୍ଷିକା ସନ୍ଧ୍ୟାରାଣୀ ନାୟକ ସଡ଼କ ସୁରକ୍ଷାର ବିଭିନ୍ନ ଜ୍ଞାତବ୍ୟ ତଥ୍ୟ ଉପସ୍ଥାପନ କରିଥିଲେ। ମାଷ୍ଟର ଟ୍ରେନର ପ୍ରତାପ ପରିଡ଼ା ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କିଭଳି ଉଦ୍ଧାର କରାଯିବା ସହ ପ୍ରାଥମିକ ଚିକିତ୍ସା ଦିଆଯିବ ତାହା ବୁଝାଇଥିଲେ। ଶେଷରେ ଇଂରାଜୀ ବିଭାଗର ସହକାରୀ ଅଧ୍ୟାପକ ମନୋରଞ୍ଜନ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।