ଅନୁଗୁଳ: ଅନୁଗୁଳ ଜିଲ୍ଲା ପଞ୍ଚମ ମହଲା ନିଯୁକ୍ତି ଭିତ୍ତିକ ସ୍ଥାୟୀ ସ୍ୱୀକୃତି ପ୍ରାପ୍ତ ଆଇଟି ଓ ମ୍ୟାନେଜମେଣ୍ଟ ରିମିଟ କଲେଜର ଛାତ୍ରଛାତ୍ରୀ ସଡ଼କ ସୁରକ୍ଷା ସପ୍ତାହ ପାଳିଛନ୍ତି। ଆଜି ଏହାର ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନେ ଗାଡ଼ି ଚାଳକଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ପାଇଁ ସୁରକ୍ଷା ପତ୍ରିକା ବଣ୍ଟନ କରି ସଚେତନ କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀମାନେ ଦୁର୍ଘଟଣାକୁ କିପରି ରୋକଯାଇପାରିବ, ନିଶା ସେବନ ନ କରି ଗାଡି ଚଳାଇବା, ହେଲମେଟ ଓ ସିଟ ବେଲ୍ଟ ବ୍ୟବହାର କରିବା ଉପରେ ସଚେତନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ପରିବହନ ବିଭାଗ ଅଧିକାରୀ ନିଖିଳ ପଟ୍ଟନାୟକ, ଯାନବାହାନ ନିରୀକ୍ଷଣ ଅଧିକାରୀ କେ. ଦିବ୍ୟାୟୋତି ମହନ୍ତ, ଅନୁଗୁଳ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ, ଶିକ୍ଷାନୁଷ୍ଠାନର ସେକ୍ରେଟାରୀ ସୁସ୍ମିତା ବେହେରା ଓ ସମାଜସେବୀ ଚିନ୍ମୟୀ ଦାସ ଉପସ୍ଥିତ ଥିଲେ।