ଅନ୍ୟାନ୍ୟ

ଆରଟିଓ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ, ଯୋଗଦେଲେ ଶତାଧିକ ସ୍କୁଲ ଛାତ୍ରଛାତ୍ରୀ

By Angul TV Bureau

January 13, 2023

ଅନୁଗୁଳ: ଅନୁଗୁଳ ଆରଟିଓ ପକ୍ଷରୁ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ସଚେତନତା ରାଲି ବାହାରି ପାଲା ମଣ୍ଡପ, ଶିଶୁ ଉଦ୍ୟାନ ଛକ, ଥାନା ଛକ ହୋଇ ପୁଣି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ଏହି ରାଲିରେ ଅନୁଗୁଳ ସରକାରୀ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମିଶନର ଟ୍ରାନ୍ସପୋର୍ଟ ନର୍ଥ ସେଣ୍ଟାଲ ଜୋନ୍ ସମୀର କୁମାର ଦଲେଇ, ଅନୁଗୁଳ ଆରଟିଓ ନିଖିଲ୍ ପଟ୍ଟନାୟକ, ଜୁନିୟର୍ ଆମଭିଇ କେ. ଦିବ୍ୟଜ୍ୟୋତି ମହାନ୍ତ, ଟ୍ରାଫିକ୍ ଇନସପେକ୍ଟର ସୁମନ୍ତ ସେଠୀ, ଆରଟିଓ କର୍ମଚାରୀ ଗଗନ ପରିଜା, ନାରାୟଣ ବେହେରା, ସୌମ୍ୟରଞ୍ଜନ ମହାପାତ୍ର, ରଞ୍ଜିତ ବେହେରା, ସୁଧାଂଶୁ ସାହୁ, ଦୀପ୍ତିସ୍ ଦେହୁରୀ, ଶାନ୍ତନୁ ସାହୁ, ଦାମୋଦର ନାୟକ ସମେତ ଅନ୍ୟ କର୍ମଚାରୀ ଯୋଗ ଦେଇଥିଲେ।