ମୁଖ୍ୟ ଖବର

ଗାନ୍ଧିମାର୍ଗରେ ସଶସ୍ତ୍ର ଡ଼କାୟତି: ଆସିଲେ କାନ୍ଦିଲେ ଟଙ୍କା ଲୁଟିନେଲେ

By Biswaranjan Pattnaik

May 16, 2023

ଅନୁଗୁଳ: ଅନୁଗୁଳ ସହର ଗାନ୍ଧିମାର୍ଗର ଅମଲାପଡା ଅଞ୍ଚଳରେ ଫ୍ଲିପ କାର୍ଟ ସହ ଅନୁବନ୍ଧିତ ଇ କାର୍ଟ କୋରିଅରରେ ସଶସ୍ତ୍ର ଡକାୟତି ହୋଇଯାଇଛି। ଗତ ସୋମବାର ରାତି ପ୍ରାୟ ସାଢ଼େ ଦଶଟା ବେଳକୁ କୋରିଅର ଅଫିସ ଭିତରକୁ ଜଣେ ଯୁବକ ହଠାତ କାନ୍ଦି କାନ୍ଦି ଆସିଲେ,ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ ଆନନ୍ଦ ପରିଡା କଣ ହେଇଛି ବୋଲି ପଚାରିଲା ବେଳକୁ ଆଉ ତିନି ଜଣ ଯୁବକ ଭିତରକୁ ପଶି ଆସିଲେ। ମାସ୍କ ପିନ୍ଧି ଓଡ଼ିଆରେ କହୁଥିବା ଯୁବକ ମାନେ ଆନନ୍ଦଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ। ଅଫିସର ଅନ୍ୟତମ କର୍ମଚାରି ସୁବ୍ରତ ବାରିକଙ୍କୁ ମଧ୍ୟ ଛୁରୀ ଦେଖାଇ ଭୟଭୀତ କରିଥିଲେ। ସିସିଟିଭି ସିଷ୍ଟମକୁ ଭାଙ୍ଗିବା ପରେ ଆଲମାରୀ ଓ ଆଇରନ ଚେଷ୍ଟକୁ ତାଡି ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ଧରି ସିମିଳିପଡା ଆଡକୁ ବାଇକରେ ପଳାଇଥିଲେ। ଡକାୟତିର ଷ୍ଟାଇଲ ଯାହା ସ୍ଥାନୀୟ ଦୁର୍ବୁତ୍ତଙ୍କ ହାତ ଥାଇପାରେ ବୋଲି କୁହାଯାଇପାରିବ। ଖବର ପାଇ କୋରିଅରର ଇନଚାର୍ଜ ଅଜିତ ପ୍ରଧାନ ଅଫିସରେ ପହଞ୍ଚି ଏ ନେଇ ଅନୁଗୁଳ ଟାଉନ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଡକାୟତି ନେଇ ତଦନ୍ତ ଜାରି ରଖିଛି।