ଘଟଣା ଓ ଦୁର୍ଘଟଣା

ଡକାୟତି ଯୋଜନା ବିଫଳ, ଯୋଜନା କରୁଥିବା ବେଳେ କାବୁ କଲା ପୁଲିସ୍

By Angul TV Bureau

January 14, 2021

ଅନୁଗୁଳ: ବିଳମ୍ବିତ ରାତିରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇବାକୁ ଯୋଜନା ଚଳାଇଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ନାଲ୍‌କୋନଗର ଥାନା ପୁଲିସ୍‌। ସୋମବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ଏହି ଲୁଟେରା ଗ୍ୟାଙ୍ଗର ୫ ଜଣ ଅଭିଯୁକ୍ତକୁ ପାଟ୍ରୋଲି˚ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ଥାନା ନୂଆପଡ଼ା ଗ୍ରାମର ସୁମନ୍ତ ନାଏକ (୨୮), ଢେଙ୍କାନାଳ ଜିଲ୍ଲା ତୁମୁସି˚ହା ଥାନା ଇଲାକାର ସତ୍ୟବ୍ରତ ନାଏକ (୨୧), ଶ୍ରୀରାମ ନାଏକ (୧୮), ଢେଙ୍କାନାଳ ସଦର ଥାନା ଇଲାକାର ଅଜୟ ନାଏକ (୨୪) ଓ ନାଲ୍‌କୋ ଥାନା ଇଲାକା କାଣ୍ତସର ଗ୍ରାମର ନନ୍ଦନ ବେହେରା (୨୯)। ପୁଲିସ୍‌ ସେମାନଙ୍କଠାରୁ ୨ଟି ବାଇକ୍‌, ଗୋଟିଏ ସ୍କୁଟର, ଗୋଟିଏ ଭୁଜାଲି, ଗୋଟିଏ ଛୁରି ଓ ୪ଟି ଲୁହାଛଡ଼ ଜବତ କରିଛି। ପୁଲିସ୍‌ ସୂଚନା ମୁତାବକ, ଗିରଫ ଅଭିଯୁକ୍ତମାନେ ସୋମବାର ବିଳମ୍ବିତ ରାତିରେ ନାଲ୍‌କୋ ଡିପିଏସ୍‌ ସ୍କୁଲ୍‌ ପଛପାର୍ଶ୍ବରେ ବସି ଲୁଟ୍‌ପାଟ୍‌ ଯୋଜନା କରୁଥିଲେ। ଏ ନେଇ ପାଟ୍ରୋଲି˚ ପୁଲିସ୍‌ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୁଲିସ୍‌କୁ ଦେଖି ଦୁର୍ବୃତ୍ତ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର ପୁଲିସ୍‌ ହାବୁଡ଼ରୁ ଖସି ପାରିନଥିଲେ। ପୁଲିସ୍‌ ସେମାନଙ୍କୁ ପଚରାଉଚରା ବେଳେ ସେମାନେ କହ୍ନେଇନଗର ଅଞ୍ଚଳରୁ ଚୋରି କରିବାକୁ ଯୋଜନା କରୁଥିବା ପ୍ରକାଶ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ମାମଲାର ତଦନ୍ତକାରୀ ଅଧିକାରୀ କୋର୍ଟଚାଲାଣ କରିଛନ୍ତି।