ମୁଖ୍ୟ ଖବର

ଡାକ୍ତରଖାନାରେ ରୋଗୀ ସୁରକ୍ଷାକର୍ମୀ ହାତାହାତି: ଫାଣ୍ଡିରେ ଏତାଲା

By Biswaranjan Pattnaik

May 22, 2023

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ସାଢେ ତିନିଟା ବେଳେ ଅନୁଗୁଳ ଡାକ୍ତରଖାନା ପରିସରରେ ରୋଗୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଉଚ୍ଚବାଚ ସାଙ୍ଗକୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଜଣେ ନିଜକୁ ରୋଗୀ ଏବଂ ଏକ୍ସ ଆର୍ମି ଲୋକ କହି ବାଇକ ଆଣି ନୋ ପାର୍କିଙ୍ଗରେ ରଖିବାରୁ ସୁରକ୍ଷାକର୍ମୀ ଏହାକୁ ବାରଣ କରିଥିଲେ। ରୋଗୀ ବୋଲି ଦାବି କରୁଥିବା ବ୍ୟକ୍ତି ଜଣକ ଏଥିରେ ରାଗି ଯାଇ ସୁରକ୍ଷାକର୍ମୀଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ହେଲମେଟରେ ଆକ୍ରମଣ କରିଥିଲେ। ଏହାକୁ ପ୍ରତିହତ କରିବାକୁ ଯାଇ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା।ଘଟଣା ସମୟରେ ଫାଣ୍ଡିରେ କେହି ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏଡିଏମଓ ମେଡିକାଲ ଡା ମାନସ ରଞ୍ଜନ ବିଶ୍ୱାଳଙ୍କୁ ଯୋଗା ଯୋଗ କରିବାରୁ ଫାଣ୍ଡିରେ ଅଧିକାଂଶ ସମୟରେ କେହି ରହୁ ନ ଥିବା କଥା ସ୍ଵୀକାର କରିଥିଲେ। ଏଥିନେଇ ସିଡିଏମଓଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ।