ଅନୁଗୁଳ: ରୋଟାରୀ କ୍ଲବ୍ ଅନୁଗୁଳ ରୟାଲ ପକ୍ଷରୁ ଦିଶା ସିନିଅର ସିଟିଜେନ୍ ହୋମ୍, ଶ୍ରଦ୍ଧା ନଗର, ତୁରଙ୍ଗରେ ବରିଷ୍ଠ ନାଗରିକଙ୍କ ପାଇଁ ବୁଧବାର ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବ୍ଲଡ୍ ପ୍ରେସର ଏବଂ ଡାଇବେଟିସ ଯାଞ୍ଚ ସହ ବ୍ୟକ୍ତିଗତ ଚିକିତ୍ସା ପରାମର୍ଶ ସୁବିଧା ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ତେବାସୀଙ୍କ ପାଇଁ ସକାଳ ଜଳପାନ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଥିଲା। ଏଥିସହିତ କମ୍ବଳ, ଶାଲ ଓ ତଉଲିଆ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ କ୍ଲବ୍ ଅଧ୍ୟକ୍ଷ ଡ଼ା. କୁମାର ସୌମ୍ୟକାନ୍ତ ବିସୋଇ, ସଚିବ ନିହାର ରଞ୍ଜନ ପ୍ରସାଦ, ଉର୍ମିଳା ଅଗରୱାଲ, ପୂଜା ମୋଦୀ, ଡ଼ା. ଦେବାଶିଷ ପ୍ରଧାନ, ଅଶୋକ ମାଣ୍ଡୋଠୀଆ, ବିକାଶ ମୋଦୀ, ଜୟପ୍ରକାଶ ମୋଦୀ, ଅମ୍ବିକା ପ୍ରସାଦ ସାହୁ ଓ ମୁରାରିଲାଲ ଅଗରୱାଲ ପ୍ରମୁଖ ଉପସ୍ଥିତ ଥିଲେ।