ଅନ୍ୟାନ୍ୟ

ରୋଟାରି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ “ଏମ୍ପିରି୍ୟାନ” ଉଦଯାପିତ

By Biswaranjan Pattnaik

December 23, 2024

ଅନୁଗୁଳ: ରୋଟାରି ପବ୍ଲିକ ସ୍କୁଲ ପରିସରରେ ଦୁଇଦିନିଆ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ବିଶିଷ୍ଟ ସ୍ତମ୍ଭକାର ତଥା ରାଜନୀତି ବିଜ୍ଞାନର ରିଡର ଅବନି ରଞ୍ଜନ ନାୟକ ପ୍ରଦୀପ ଜାଳି ସମାରୋହକୁ ଉଦଘାଟନ କରିଥିଲେ।

ଶ୍ରୀ ନାୟକ ନିଜ ଅଭିଭାଷଣରେ ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି କହିବା ସହ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନକୁ ଗୁରୁତ୍ୱ ଦେବାସହ ଭଲ ମଣିଷ ହେବାକୁ ଚେଷ୍ଟା କରିବାକୁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲୋକପ୍ରିୟ କବି ଡା ଶୁଭ ଦାଶ ଯୋଗ ଦେଇ ବ୍ୟଙ୍ଗାତ୍ମକ ଶୈଳୀରେ ସାମ୍ପ୍ରତିକ ସାମାଜିକ ସ୍ଥିତି ଉପରେ ଆଲୋକପାତ କରିଥିଲେ। ପ୍ରିନ୍ସିପାଲ ଡା ବେହେରା ସ୍କୁଲର ଗରିମାମୟ ଇତିହାସ ଉପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ଼ ତାରକା ସିମରନ ଦାଶ ଏବଂ ଟିକି ରଥ, ରୋଟାରି ପବ୍ଲିକ ସ୍କୁଲର ଚେୟାରମ୍ୟାନ ନିର୍ମଳ କୁମାର ମିଶ୍ର, ପ୍ରିନ୍ସିପାଲ ଡା ଅଶୋକ କୁମାର ବେହେରା, ଉପାଧ୍ୟକ୍ଷ ଡା ମନୋରଞ୍ଜନ ପଣ୍ଡା ଏବଂ କଳ୍ପଲତା ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ସ୍କୁଲର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ଲୋକନୃତ୍ୟ, ଓଡିଶୀ, ଡ୍ରାମା ଆଦି ପରିବେଷଣ କରିଥିଲେ।