ଅନ୍ୟାନ୍ୟ

ରୋଟ୍ରାକ୍ଟ୍ କ୍ଲବ୍ ରୟାଲର ଅଧିଷ୍ଠାନ ଦିବସ

By Angul TV Bureau

October 05, 2021

ଅନୁଗୁଳ: ରୋଟାରୀ କ୍ଲବ୍ ଅନୁଗୁଳ ରୟାଲ୍ ପକ୍ଷରୁ ଆନ୍ତର୍ଜାତିକ ଯୁବ ଅନୁଷ୍ଠାନ ରୋଟ୍ରାକ୍ଟ୍ କ୍ଲବ୍ ଅନୁଗୁଳ ରୟାଲର ପ୍ରଥମ ଅଧିଷ୍ଠାନ ଉତ୍ସବ ବଚପନ ପ୍ଲେ’ ସ୍କୁଲ ଠାରେ ପାଳିତ ହୋଇଯାଇଛି । ସଭାପତି ରୋଟାରିଆନ ଅଶୋକ ମଣ୍ଡେଠିଆ ସ୍ବାଗତ ଭାଷଣ ଦେଇଥିବା ବେଳେ ରୋଗରୀ କ୍ଲବ୍ ଅନୁଗୁଳ ରୟାଲର ଚାର୍ଟାଡ୍ ସଭାପତି ଡା. ପ୍ରଭାତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଟ୍ରାକ୍ଟ୍ କ୍ଲବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦେଶ ଗଠନରେ ଶିକ୍ଷିତ ଯୁବ ସମାଜ ଆଗେଇ ଆସିବା ଉଚିତ୍ ବୋଲି ଡା. ପଣ୍ଡା ମତପ୍ରକାଶ କରିଥିଲେ। ଢେଙ୍କାନାଳର ଅବିନାଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦେଶ ବିଦେଶରେ ଯୁବ ପିଢ଼ି ସାମାଜିକ କ୍ଷେତ୍ରରେ ଦେଶକୁ ଆଗେଇ ନେବାରେ କିପରି ପ୍ରମୁଖ ଭୂମିକା ନେଉଛନ୍ତି ତା’ ଉପରେ ଆଲୋଚନା କରିଥିଲେ। ରୋଟ୍ରାକ୍ଟ୍ କ୍ଲବ୍ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରୋଟାରିଆନ୍ ଡା. ସୌମ୍ୟକାନ୍ତ ବିଶୋଇ ଯୁବ ସଂଗଠନ ଜରିଆରେ ନିଃସ୍ୱାର୍ଥପର ସେବାକାର୍ଯ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଅବସରରେ ଚଳିତ ଆର୍ଥିକ ବର୍ଷ ନିମନ୍ତେ ସଂଗଠନର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଅଙ୍କିତ ସରଳିଆଙ୍କୁ ସଭାପତି, ସମ୍ପାଦିକା ତନ୍‌ଭି ସରଳିଆଙ୍କ ସମେତ ୧୦ ଜଣିଆ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ଚୟନ କରାଯାଇଥିଲା। ନୂତନ କର୍ମକର୍ତା ଓ ସଦସ୍ୟଙ୍କୁ ସମ୍ମାନିତ ଅତିଥି ଶପଥ ପାଠ କରାଇଥିଲେ। ଅମ୍ବିକା ପ୍ରସାଦ ସାହୁ, ଇଂ.ନାରାୟଣ ରଥ, ଡା. ବିଚ୍ଛନ୍ଦ ପ୍ରଧାନ, ମୁରାରୀଲାଲ୍ ଅଗ୍ରୱାଲ, ରାଜେଶ ସରଳିଆ, ଜୟପ୍ରକାଶ ମୋଦୀ, ପ୍ରକାଶ ଅଗ୍ରୱାଲ, ବିକାଶ ମୋଦୀ, ମିଲନ କୁମାର ଅଗ୍ରୱାଲ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।