ମୁଖ୍ୟ ଖବର

ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରୋଭର୍ ଓ ରେଞ୍ଜର୍ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ

By Angul TV Bureau

September 26, 2026

ଅନୁଗୋଳ: ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର କମର୍ସ ବ୍ଲକରେ ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ରୋଭର୍ ଓ ରେଞ୍ଜର୍ କ୍ୟାଡେଟ୍‌ମାନଙ୍କୁ ଏକ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମରେ ସ୍ୱାଗତ କରାଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତମାନଙ୍କୁ ଉତ୍ସାହିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଦେଇଥିଲେ। ପ୍ରଭାରୀ ଅଧିକାରୀ ଡ. ଅଭିମନ୍ୟୁ ବଗର୍ତ୍ତୀ, ଡ. କନକଲତା ମହାପାତ୍ର, ହେମନ୍ତ କୁମାର ବେହେରା ଏବଂ ଜ୍ୟୋତିର୍ମୟୀ ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ କ୍ୟାଡେଟ୍‌ମାନଙ୍କୁ ଶୃଙ୍ଖଳା, ନେତୃତ୍ୱ, ସାମାଜିକ ସେବା ଏବଂ ମାନବିକତା ଗୁଣ ଆପଣାଇବାକୁ ପରାମର୍ଶ ଦିଆଯାଇଥିଲା। ଅତିଥିମାନେ “ସେବା କର, ଶିଖ, ବିକଶିତ ହୁଅ, ନେତୃତ୍ୱ ନିଅ” ନୀତିକୁ ଜୀବନରେ ଅନୁସରଣ କରି ଜଣେ ଦାୟିତ୍ୱବାନ ନାଗରିକ ହେବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଡ. ଅଭିମନ୍ୟୁ ବଗର୍ତ୍ତୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।