ମୁଖ୍ୟ ଖବର

ଦିବ୍ୟାଙ୍ଗଙ୍କୁ ଧାଡି ଯନ୍ତ୍ରଣା:ବିଧାୟକ ବିଗିଡ଼ିଲେ

By Biswaranjan Pattnaik

August 02, 2024

ଅନୁଗୁଳ: ପ୍ରତି ମାସ ପରି ଅଗଷ୍ଟ ପହିଲା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଁ ବଡ଼ ଗହଳି ହୋଇଥିଲା। ଶହ ଶହ ଦିବ୍ୟାଙ୍ଗ ଧାଡିରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଅନେକଙ୍କୁ ବିଚଳିତ କରିଥିଲା। ଖବର ପାଇ ସ୍ବେଛାସେବୀ ପର୍ଶୁରାମ ଦାଶ ଘଟଣା ସ୍ଥଳରେ ପହଞ୍ଚି ଦିବ୍ୟାଙ୍ଗ ମାନଙ୍କ ପାଇଁ ସୁବିଧା କରିଥିଲେ।ଅନୁଗୁଳ ବିଧାୟକଙ୍କ କାନରେ ଏକଥା ପଡ଼ିବାକ୍ଷଣୀ ସେ ଏଥିନେଇ ଅସନ୍ତୋଷ ବ୍ୟକ୍ତ କରିବାସହ ଦିବ୍ୟାଙ୍ଗ ମାନଙ୍କୁ ଠିଆ ନକରି ଆଟେଣ୍ଡାନଟ ମାନେ କିଭଳି ଠିଆ ହେବେ ଏବଂ ଦିବ୍ୟାଙ୍ଗ ମାନେ ବସିବାର ସୁବିଧା ପାଇବେ ସେଥିନେଇ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।