ଅନୁଗୁଳ: ଦୁର୍ଗା ପୂଜା ପାଇଁ ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଠାରେ ଥିବା କୋମାକି ଇଲେକ୍ଟ୍ରି ସ୍କୁଟର ଅଧିକୃତ ବିକ୍ରେତା ରୟାଲ ମୋଟର୍ସ ଆଣିଛି ଧମାକାଦାର ଅଫର୍। ଶୋ ରୁମରେ ସ୍କୁଟର ଓ ବାଇକ ମିଶାଇ ୧୪ଟି ଆକର୍ଷଣୀୟ ମଡେଲ ଉପଲବ୍ଧ ହେଉଛି। ଏ ନେଇ ସୋ ରୁମ୍ ମାଲିକ ଶ୍ରବଣ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଏଠାରେ ଭିନ୍ନକ୍ଷମଙ୍କ ପାଇଁ କୋମାକିର ସ୍ଵତନ୍ତ୍ର ମଡେଲର ଗାଡି ବି ଉପଲବ୍ଧ ଅଛି। ସେହିଭଳି ସମସ୍ତ ମଡେଲ ପାଇଁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ପୂଜା ଡିସକାଉଣ୍ଟ ରହିଥିବା ବେଳେ ସବୁ ଗାଡ଼ିରେ ମାଗଣାରେ ହେଲମେଟ୍ ଦିଆଯାଉଛି। ଏଥିସହ ଫାଇନାନ୍ସର ସୁବିଧା ମଧ୍ୟ ରହିଛି। ସମସ୍ତ ଗାଡ଼ି ମେଡ ଇନ୍ ଇଣ୍ଡିଆ ଓ ଜାପାନିଜ୍ ଟେକ୍ନୋଲୋଜିରେ ନିର୍ମିତ।
ଶୋ ରୁମରେ ଗାଡ଼ି ଗୁଡ଼ିକର ମୂଲ୍ୟ ଅଣାଅଶି ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ୮୦ କିମିରୁ ୩୦୦ କିମି ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକ ଅପ୍ ରହିଛି। ସବୁଠୁ ବଡ କଥା ହେଉଛି ଏ ସମସ୍ତ ଗାଡ଼ିର ବ୍ୟାଟେରୀ ଅଗ୍ନି ସୁରକ୍ଷା ସହ ଆସୁଛି। ଏଣୁ ନିଆଁ ଲାଗିବାର ଆଉ ଭୟ ନାହିଁ ବୋଲି ଜଣାଯାଇଛି। ତେଣୁ ଆଉ ଡେରି ନ କରି ଅଫରର ଫାଇଦା ଉଠାନ୍ତୁ ଓ ତୁରନ୍ତ ଘରକୁ କମ୍ ଦାମରେ ଗାଡ଼ି ନେଇ ଆସନ୍ତୁ। ଅଫର ସୀମିତ ସମୟ ପାଇଁ ଉପଲବ୍ଧ ରହିଛି।