Oplus_16908288

ମୁଖ୍ୟ ଖବର

ଶୁଭମଙ୍କ ଚିକିତ୍ସା ପାଇଁ CMRFରୁ ୧୦ ଲକ୍ଷ ଟଙ୍କା ସହାୟତା: ପ୍ରଶାସନର ସହାୟତା ପରେ ପରିବାରରେ ଫେରିଲା ଆଶା

By Angul TV Bureau

October 06, 2026

ଅନୁଗୋଳ: ଅଜଣା ସ୍ନାୟୁଗତ ରୋଗରେ ପୀଡ଼ିତ ଶୁଭମ୍ କୁମାର ସାହୁଙ୍କ ଚିକିତ୍ସା ପାଇଁ ପ୍ରଶାସନ ସହାୟତାର ହାତ ବଢ଼ାଇଛି। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଅନ୍ତର୍ଗତ ସେରଣାବେଡ଼ା ଗ୍ରାମର ଶୁଭମ୍‌ଙ୍କ ଚିକିତ୍ସା ଦୀର୍ଘଦିନ ଧରି ଚାଲିଥିବା ବେଳେ ଏଥିପାଇଁ ହେଉଥିବା ବ୍ୟୟ ପରିବାର ପାଇଁ ଅସହ୍ୟ ହୋଇପଡ଼ିଥିଲା। ଚିକିତ୍ସା ଜାରି ରଖିବା ନେଇ ପରିବାର ଚିନ୍ତାରେ ଥିବା ସମୟରେ ସରକାରୀ ସହାୟତା ତାଙ୍କ ପାଇଁ ଆଶାର କିରଣ ପାଲଟିଛି।

ଶୁଭମ୍‌ଙ୍କ ଚିକିତ୍ସା ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ତୁରନ୍ତ ୧୦ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରାଯାଇଛି। ଏହି ସହାୟତା ଫଳରେ ଶୁଭମ୍‌ଙ୍କ ଚିକିତ୍ସା ଆଗକୁ ଜାରି ରଖିବାରେ ପରିବାରକୁ ବଡ଼ ଆଶ୍ୱାସନା ମିଳିଛି।ସଙ୍କଟ ସମୟରେ ସରକାରୀ ସହାୟତା ପାଇ ଶୁଭମ୍‌ଙ୍କ ପରିବାର ଆଶ୍ୱସ୍ତ ହୋଇଛି। ଜଣେ ଅସହାୟ ପରିବାର ପାଇଁ ଏହି ସହାୟତା କେବଳ ଆର୍ଥିକ ସମ୍ବଳ ନୁହେଁ, ବରଂ ଚିକିତ୍ସା ଜାରି ରଖି ସୁସ୍ଥ ଜୀବନକୁ ଫେରିବାର ଏକ ନୂଆ ଆଶା ସୃଷ୍ଟି କରିଛି।