ମୁଖ୍ୟ ଖବର

ଟ୍ରକ ମାଲିକ ସଂଘରେ ୧୪ ଲକ୍ଷ ଟଙ୍କାର ଅନିୟମିତତା

By Biswaranjan Pattnaik

June 20, 2022

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘରେ ପ୍ରାୟ ୧୪ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷ ଆୟ ବ୍ୟୟର ଅଡିଟ କରାଇବା ପାଇଁ ଦଲିଲ ପ୍ରସ୍ତୁତ ବେଳେ ଏହି ବିପୁଳ ଆର୍ଥିକ ଅନିୟମିତତା ପଦାକୁ ଆସିଥିଲା। ଏହି ଅନିୟମିତତା ନେଇ ପୂର୍ବତନ କର୍ମକର୍ତା ଓ ଦଲିଲ ଲେଖକଙ୍କୁ ଚିଠି କରାଯାଇଛି । ଘଟଣା ସମ୍ପର୍କରେ ସଂଘର ସଭାପତି ଅମ୍ବିକା ଭଟ୍ଟଙ୍କୁ ଫୋନ ଯୋଗେ ଯୋଗା ଯୋଗ କରାଯିବାରେ ସେ ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି। ପ୍ରମାଣ ମିଳିଲେ ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।ଏହି ଆର୍ଥିକ ଅନିୟମିତତା ଖବର ସଂଘରେ ଚର୍ଚ୍ଚାର ଵିଷୟ ହୋଇଚି। ଗୋଟିଏ ବର୍ଷରେ ଏତେ ତେବେ ଗତ ଦଶ ବର୍ଷ ଭିତରେ କେତେ ଅନିୟମିତତାହୋଇନଥିବ ବୋଲି ଚର୍ଚ୍ଚା ହେଉଛି ।