ଅନୁଗୁଳ: ଲକଡାଉନ୍ରେ ଦୋକାନ ପଛପଟ ଖୋଲି ଚୁଡି ବେପାର କରୁଥିବା ଏକ ଦୋକାନ ଶୁକ୍ରବାର ସିଲ୍ କରିଛି ଅନୁଗୁଳ ପୁଲିସ। ଏହା ସହ ଦୋକାନୀଙ୍କଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନା ଅନୁସାରେ, ଦିବ୍ୟଜ୍ୟୋତି ହଲ ପାଖରେ ଥିବା ଏହି ଚୁଡି ଦୋକାନ ଆଗପଟୁ ବନ୍ଦ ଥିଲା। କିନ୍ତୁ ଦୋକାନ ପଛରୁ ଖୋଲା ରଖି ବ୍ୟବସାୟ ଚାଲିଥିଲା। ଖବର ପାଇ ଅନୁଗୁଳ ପୁଲିସ ଦୋକାନରେ ଚଢଉ କରି ୩୦ ହଜାର ଟଙ୍କା ଜରିମାନା କରିଥିଲା। ବେଆଇନ ଭାବେ ଦୋକାନ ଖୋଲିବା ଓ କୋଭିଡ ନିୟମ ନ ମାନିବା ପାଇଁ ଏହି ଜରିମାନା କରାଯାଇଥିବା ଜଣାପଡ଼ିଛି। ଏହାବ୍ୟତୀତ ଆଉ କିଛି ଦୋକାନରୁ ମଧ୍ୟ ୩ହଜାର ୮ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।