ଅନୁଗୁଳ: ଅନୁଗୁଳ ସହରାଞ୍ଚଳର ଜଣେ ଅମାନିଆ ମଦ ଦୋକାନୀ ନିର୍ଦ୍ଧାରିତ ଦାମରୁ ଚଢ଼ା ଦରରେ ମଦ ବିକି ଲକ୍ଷେ ଟଙ୍କାର ତଣ୍ଡ ଭୋଗୀଛନ୍ତି। ସୂଚନା ମୁତାବକ ଅନୁଗୁଳ ପୌରାଞ୍ଚଳର କିଛି ବିଦେଶୀ ମଦ ଦୋକାନରେ କର୍ମଚାରୀ ମାନେ ନିର୍ଦ୍ଧାରିତ ଦର ଠାରୁ ଅଧିକ ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା। ଅବକାରୀ ବିଭାଗ ଏ ନେଇ ଚୁପ ବସିଯାଇଥିଲା । ନିକଟରେ ଅବକାରୀ ନିର୍ଦେଶାଳୟର ଫ୍ଲାଇଙ୍ଗ ସ୍କ୍ୱାଡ଼ ପକ୍ଷରୁ କଲ୍ଟାକ୍ସ ଛକ ନିକଟସ୍ଥ ଏକ ବିଦେଶୀ ମଦ ଦୋକାନରେ ଅତର୍କିତ ଯାଞ୍ଚ କରାଯାଇ ଅଧିକ ଦରରେ ମଦ ବିକ୍ରି ହେଉଥିବା ଜଣା ପଡିଥିଲା। ଏ ଘଟଣାରେ ବିଭାଗ ପକ୍ଷରୁ ସମ୍ପୃକ୍ତ ଦୋକାନୀଙ୍କୁ ଏକ ଲକ୍ଷ ଟଙ୍କା ଫାଇନ କରାଯାଇଥିବା ଜଣାପଡିଛି। ତେବେ ଏଘଟଣାକୁ ଅବକାରୀ ବିଭାଗର ଅଧିକାରୀ ମାନେ ଚାପି ଦେବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ।