ଅନୁଗୁଳ: ତାଳଚେର ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ କୋଭିଡ୍ ଚିହ୍ନଟ ପାଇଁ କେବଳ ଆଣ୍ଟିଜେନ୍ ଟେଷ୍ଟ କରାଯାଉଥିବା ବେଳେ ଆରଟିପିସିଆର୍ ପରୀକ୍ଷା କରାଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସ୍ଥାନରେ ଆରଟିପିସିଆର ଟେଷ୍ଟ୍ ରିପୋର୍ଟ ଦେଖାଇବା ପାଇଁ କୁହାଯାଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଆର୍ଟିପିସିଆର୍ ଟେଷ୍ଟ କରାଯିବାକୁ ଦାବି ହୋଇଛି । ସେହିପରି ତାଳଚେର ସରକାରୀ ଡାକ୍ତରଖାନାରେ ମାତ୍ର ୨୦୦ ଲୋକଙ୍କ ପାଇଁ ଦୈନିକ କୋଭିଡ୍ ଟିକାକରଣ ବ୍ୟବସ୍ଥା କରାଯାଇଥିଲା ବେଳେ ୪୦୦ରୁ ଅଧିକ ଲୋକ ଟିକାପାଇଁ ଧାଡ଼ିରେ ଠିଆ ହେଉଛନ୍ତି। ଅନେକ ଟିକା ନପାଇ ନିରାଶରେ ଫେରୁଛନ୍ତି । ଏ ଦିଗରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।