ମୁଖ୍ୟ ଖବର

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର, ହୋଟେଲ ମିସ୍ତ୍ରୀ ଶାନୁ ପାଇଲେ ବମ୍ପର ପ୍ରାଇଜ

By Biswaranjan Pattnaik

July 24, 2024

ଅନୁଗୁଳ: ଆଜି ସ୍ଥାନୀୟ ଏକ ହୋଟେଲରେ ରୁଚି ଫୁଡ୍ ଲାଇନ୍ ଏବଂ ଅନୁଗୁଳର ବି.କେ ଟ୍ରେଡରସର ମିଳିତ ସହଯୋଗରେ ରୁଚି ଫେଷ୍ଟିଭାଲ ବୋନାଞ୍ଜା ସେଲିବ୍ରେସନ୍ ଆୟୋଜିତ ହୋଇଯାଇଛି। ଏଇ ଅବସରରେ ଆୟୋଜିତ ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ରୁଚି ଫୁଡଲାଇନ୍ ର ନିର୍ଦ୍ଦେଶକ ଅରବିନ୍ଦ ସାହୁ।

ନିଜ ଅଭିଭାଷଣରେ ଶ୍ରୀ ସାହୁ ରୁଚି ମସଲାର ୧୯୭୬ରୁ ଆରମ୍ଭ ହୋଇଥିବା ଜୟଯାତ୍ରା ଏବଂ ଆଜି ୪୦୦ରୁ ଅଧିକ ପ୍ରକାରର ଖାଦ୍ୟ ଉତ୍ପାଦ ତଥା ମସଲା ବାହାର କରି କମ୍ପାନୀ କିଭଳି ପୂର୍ବ ଭାରତ କାହିଁକି ବିଦେଶରେ ମଧ୍ୟ ପ୍ରଶଂସିତ ହୋଇଚି ତାହାର ଇତିହାସ ବର୍ଣ୍ଣନା କରିଥିଲେ। ରୁଚି ଉପରେ ଗ୍ରାହକଙ୍କ ଅତୁଟ ବିଶ୍ୱାସ ଏବଂ ଭଲପାଇବା ରୁଚିକୁ ଆଜି ଅଗ୍ରଣୀ ଗୁଣ୍ଡ ଏବଂ ଗୋଟା ମସଲା ସହ ସର୍ବୋତ୍ତମ ଖାଦ୍ୟ ଉତ୍ପାଦ କମ୍ପାନୀର ମାନ୍ୟତା ଦେଇଥିବା ଶ୍ରୀ ସାହୁ ପ୍ରକାଶ କରିଥିଲେ।ଆୟୋଜକ ଵିକେ ଟ୍ରେଡରସର ମୁଖ୍ୟ ବସନ୍ତ କୁମାର ସାହୁ ଏବଂ ତାଙ୍କ ପୁତ୍ର ମହେଶ ସାହୁ ଜିଲ୍ଲାରେ ରୁଚିକୁ ଏକ ନମ୍ୱର ମସଲା କମ୍ପାନୀର ମାନ୍ୟତା ଦେବାପାଇଁ ରିଟେଲର ମାନଙ୍କ ସହଯୋଗ ଲୋଡିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରୁଚି ସେଲ୍ସ ହେଡ୍ ଦିଲୀପ ସାହୁ, ମାର୍କେଟିଂ ହେଡ୍ ଦେବବ୍ରତ ପଟ୍ଟନାୟକ, ଡିଭିଜନାଲ ସେଲ୍ସ୍ ହେଡ୍ ସୁବ୍ରତ ଧଳ ପ୍ରମୁଖ ଯୋଗ ଦେଇଥିଲେ। ମାର୍କେଟିଂ ହେଡ୍ ଶ୍ରୀ ପଟ୍ଟନାୟକ ମସଲା ଓ ଖାଦ୍ୟ ଉତ୍ପାଦରେ ରୁଚିର ଗୁଣବତ୍ତା,ମାନଯୋଗୁଁ ହାଣ୍ଡିଶାଳ ରେ ଏହା ମହିଳା ତଥା ଗୃହିଣୀ ମାନଙ୍କ ଅତି ପ୍ରିୟ ହୋଇପଡ଼ିଥିବା ପ୍ରକାଶ କରିଥିଲେ।

ସମାରୋହରେ ଅନୁଗୁଳର ହୋଟେଲ ମିସ୍ତ୍ରୀ ସାନୂ ବେହେରାଙ୍କୁ ବମ୍ପର ପ୍ରାଇଜ୍ ସ୍ୱରୂପ ଏକ ମାରୁତି କାର ମିଳିଥିଲା। ସେ ମଧ୍ୟ ରୁଚି ମସଲାର ଉନ୍ନତମାନ ଏବଂ ରୁଚି ଉପରେ ତାଙ୍କ ଭରସା ପ୍ରକାଶ କରିଥିଲେ।ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ନିର୍ଦ୍ଦେଶକ ଶ୍ରୀ ସାହୁ ଆଗାମୀ ଦିନରେ କାର ବ୍ୟତୀତ ବମ୍ପର ପ୍ରାଇଯରେ ଫ୍ଲାଟ୍ ମଧ୍ୟ ଦିଆଯିବ ବୋଲି ଘୋଷଣା କରିଥିଲେ । ସେଲିବ୍ରେଶନରେ ଗଣମାଧ୍ୟମର ପ୍ରତିନିଧି ଏବଂ ଜିଲ୍ଲାର ସମସ୍ତ ରୁଚି ରିଟେଲର ମାନେ ଯୋଗ ଦେଇଥିଲେ।