ମୁଖ୍ୟ ଖବର

ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା : ଖାଉଟି ବିବାଦ ବିଚାର ଆୟୋଗ ଦ୍ଵାରା ଟାଟା ପାୱାର ଦଣ୍ଡିତ

By Angul TV Bureau

September 29, 2022

ଅନୁଗୁଳ: ଜଣେ ବିଦ୍ୟୁତ୍ ଗ୍ରାହକକୁ ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା ନିମନ୍ତେ ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡକୁ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ଦଣ୍ଡିତ କରାଯାଇଛି। ମିଳିଥିବା

ସୂଚନା ଅନୁସାରେ ତାଳଚେର ବଡ଼ସିଙ୍ଗଡ଼ା ଗ୍ରାମ ସ୍କୁଲ ସାହିର ଉପମା ପ୍ରଧାନ ଗତ ତା:୭.୧.୨୦୨୦ରେ ଖାଉଟି ଆୟୋଗର ଦ୍ବାରସ୍ଥ ହେବା ସହ ଅଭିଯୋଗ କରି ଥିଲେ କି ତାଙ୍କ ଘରେ ଲୋ ଭୋଲ୍ଟେଜ୍ ସମସ୍ୟା ବାରମ୍ବାର ହେଉଛି। ଘରେ ତାଙ୍କ ଅସୁସ୍ଥ ସ୍ବାମୀ ରହିଛନ୍ତି।ଲୋ ଭୋଲ୍ଟେଜ ଏବଂ ପାୱାର ଡ୍ରପ ସମସ୍ୟା ହେତୁ ତାଙ୍କର ଅନେକ ସମସ୍ୟା ହେଉଛି।ତେଣୁ ଘର ପାଖ ଟ୍ରାନସଫର୍ମରକୁ ଅପଗ୍ରେଡ କରି ତ୍ରୁଟି ସୁଧାରିବାକୁ ସେ ତା:୧୮.୩.୧୮ ରେ ଜେଇ, ସେସୁଙ୍କୁ ଲିଖିତ ଅଭିଯୋଗ କରିଥିଲେ।

କିନ୍ତୁ ଦୀର୍ଘ ଦୁଇ ବର୍ଷ ଧରି ସେଶୁ, ଏଞ୍ଜେନ୍ ଏବଂ ଶେଷରେ ଟାଟା ପାୱାର ଅଫିସ ଦଉଡ଼ି ଦଉଡ଼ି ନିରାଶ ହେବାପରେ ସେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଖାଉଟି ଆୟୋଗ ପକ୍ଷରୁ ସେସୂ ଓ ଟାଟା ପାୱାରର ଅଧିକାରୀ ମାନଙ୍କୁ ପକ୍ଷ ଭୁକ୍ତ କରିବା ସହ ଗତ ୨୮ ତାରିଖରେ ରାୟ ଶୁଣାଇଛନ୍ତି କି ଅଭିଯୋଗକାରୀଙ୍କ ମାନସିକ ଯନ୍ତ୍ରଣା ପାଇବା ପଛରେ ବିଭାଗୀୟ ଅବହେଳା ଥିବାରୁ ପୀଡ଼ିତାଙ୍କୁ ୮୦ ହଜାର ଟଙ୍କା କ୍ଷତି ପୂରଣ ଦେବାସହ ଏକ ୧୬ କେଭିଏ ଟ୍ରାନସଫର୍ମର ବସାଇ ତାଙ୍କ ସମସ୍ୟା ଦୂର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ମାସ ମଧ୍ୟରେ ଏହି କ୍ଷତି ପୁରଣ ନ ଦେଲେ ୧୦ ପ୍ରତିଶତ ସୁଧ ହାରରେ ତାଙ୍କୁ ଏହି ଅର୍ଥ ଦେବାକୁ ପଡ଼ିବ ବୋଲି ଆୟୋଗ ରାୟ ଶୁଣାଇଛନ୍ତି। ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ଅଧ୍ୟକ୍ଷ ସରୋଜ କୁମାର ସାହୁ ଓ ସଦସ୍ୟ ସସ୍ମିତା ରଥ ବିଚାର ପରିଚାଳନା କରିଥିଲେ।