ଅନୁଗୁଳ : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ଏପ୍ରିଲ ୧୪ ତାରିଖ ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଶୁକ୍ରବାର ଆଠମଲ୍ଲିକ ବ୍ଲକର ନଅଗାଁ ପଞ୍ଚାୟତର କମଳପୁରରେ ବ୍ୟାକ ଟୁ ହୋମ ସଂସ୍ଥା ଦ୍ୱାରା ଜୈବିକ ଓ ଔଷଧୀୟ କୃଷି ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ଅନୁଗୁଳ ଆସି ସର୍କିଟ ହାଉସରେ ରାତ୍ରିଯାପନ କରିବା ସହ ଶନିବାର ଫେରି ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି।