ଅନ୍ୟାନ୍ୟ

ଗ୍ରାମାଞ୍ଚଳ ଟ୍ରକ୍ ମାଲିକ ସଙ୍ଘ କର୍ମକର୍ତ୍ତା ଚୟନ

By Angul TV Bureau

September 11, 2021

ଅନୁଗୁଳ:ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଡେରାରେ ଗ୍ରାମାଞ୍ଚଳ ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଛି। ବିଜୟ ସାହୁ ସଂଘର ସଭାପତି, ରାମଚନ୍ଦ୍ର ସାହୁ ଉପସଭାପତି, କରୁଣାକର ସାହୁ ସମ୍ପାଦକ, ଓମ୍‌କାର ଦେବାଶିଷ ସାହୁ ସହସମ୍ପାଦକ, ଦୁଃଶାସନ ସାହୁ କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଛନ୍ତି। ଉପଦେଷ୍ଟା ଭାବେ ହରିହର ବେହେରା, ଟିକମଚନ୍ଦ୍ର ସାହୁ, ରାଜକିଶୋର ସାହୁ, ଅନନ୍ତ ସାହୁ, ମହେନ୍ଦ୍ର ବେହେରା ଏବଂ ନିରୋଦ ପ୍ରଧାନଙ୍କୁ ଚୟନ କରାଯାଇଛି । ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ସୁନିଲ ବିଶ୍ଵାଳ, ଆରବ ସାହୁ, ବିନୋଦ ପଟ୍ଟନାୟକ, ରତନ ବାରିକ, ଶିଶିର ପ୍ରଧାନ, ସିଲୁ ସାହୁ, ରଞ୍ଜନ ବେହେରା, ପ୍ରସନ୍ନ ପ୍ରଧାନ, ଦୁଃଖବନ୍ଧୁ ବେହେରା, ରାଜେନ୍ଦ୍ର ପ୍ରଧାନ, ସୌଭାଗ୍ୟ ସାହୁ, ସତ୍ୟବ୍ରତ ସାହୁ, ଟୁକୁ ସାହୁ ମନୋନୀତ ହୋଇଥିବାବେଳେ ଆଇନ୍ ପରାମର୍ଶଦାତା ଭାବ ଓକିଲ ସୁରେଶ୍ଵର ମିଶ୍ର, ଗୀତିମୟ ରଥଙ୍କୁ ଚୟନ କରାଯାଇଛି । ବରିଷ୍ଠ ସଦସ୍ୟ କ୍ଷୀରୋଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ନୂତନ କର୍ମକର୍ତାମାନଙ୍କୁ ସ୍ଵାଗତ କରାଯାଇଥିଲା । ଗ୍ରାମାଞ୍ଚଳ ଟ୍ରକ୍‌ମାଲିକମାନଙ୍କର ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା।