ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ କିରାଣି

By Biswaranjan Pattnaik

December 29, 2020

ଅନୁଗୁଳ: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ କିରାଣୀ ରୋହିତାଶ୍ଵ ବାଗଙ୍କ ଘର ଓ କାର୍ଯ୍ୟାଳୟ ସମେତ ମୋଟ ୭ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି l ଆରଡବ୍ଲ୍ୟୁଏସଏସ ଅନୁଗୁଳ ଉପଖଣ୍ଡ ସରକାରୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ କିରାଣୀ ଚାକିରୀ କରିଥିବା ରୋହିତାଶ୍ଵଙ୍କ ଅନୁଗୁଳ ସରକାରୀ ବାସଭବନ, ଆଠମଲ୍ଲିକ ନୂଆସାହିରେ ଥିବା ଦୁଇ ମହଲା କୋଠା ଘର, ଆଠମଲ୍ଲିକ ଟାଙ୍ଗିଆନିଶାରେ ଥିବା କୁକୁଡା ଫାର୍ମ, ବୌଦ୍ଧରେ ଥିବା ପାଣି ଫ୍ଯାକ୍ଟ୍ରି ,ଆଠମଲ୍ଲିକର ଭଡାଘର ,ବରଗାଁ ସ୍ଥିତ ନିଜ ଘର, ଆରଡବ୍ଲ୍ୟୁଏସଏସ ଅନୁଗୁଳ ସବଡିଭିଜନ କାର୍ଯ୍ୟାଳୟ ଉପରେ ବିଭିନ୍ନ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛନ୍ତି l ଅନୁଗୁଳରୁ ଗୋଟିଏ ଏବଂ କଟକର ୬ ଟି ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି l ଅନୁଗୁଳ ଭିଜିଲାନ୍ସରେ ମାମଲା ରୁଜୁ କରାଯାଇ ଏହି ଚଢାଉ କରାଯାଇଛି l ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ମିଳିଥିବା ସୂଚନା ମିଳିଛି।