ମୁଖ୍ୟ ଖବର

ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି

By Angul TV Bureau

May 16, 2023

ଅନୁଗୁଳ: ଆଜି ଅନୁଗୁଳ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ଆଇ ସୁଶାନ୍ତ କୁମାର ନାଥ ଖରାରେ ଡ୍ୟୁଟି କରୁଥିବା ବେଳେ ଅଚେତ ହୋଇଯାଇଛନ୍ତି। ସେଠାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବସାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜରୁରୀକାଳୀନ ସେବା ୧୧୨ ପୋଲିସ ଭ୍ୟାନ ପହଞ୍ଚିଥିଲା ଏବଂ ତାଙ୍କୁ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ତେବେ ଖରା ଯୋଗୁ ସେ ଅଚେତ ହୋଇଯାଇଥିବା ଜଣାଯାଇଛି।