ଅନ୍ୟାନ୍ୟ

ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଶାବଳଭଙ୍ଗା ବାସୀ

By Angul TV Bureau

February 15, 2025

ଅନୁଗୁଳ: ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନୁଗୁଳ ବ୍ଲକ ଅନ୍ତର୍ଗତ ଶାବଳ ଭଙ୍ଗା ଗ୍ରାମବାସୀ। ଶୁକ୍ରବାର ସନ୍ଧ୍ୟାରେ ଗାଁର ଯୁବକ, ସ୍କୁଲ ଛାତ୍ର ଏବଂ କିଛି ସ୍ବେଚ୍ଛାସେବୀ ଏକ ବିରାଟ ରାଲି କରି ଗ୍ରାମ ପରିକ୍ରମା କରି ବାବା ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ପହଞ୍ଚିଥିଲେ। ସେଠାରେ ସେମାନେ ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କ ଉଦ୍ଦେଶ୍ୟରେ ମହମବତୀ ପ୍ରଜ୍ଜ୍ୱଳନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାବଳଭଙ୍ଗା ଗ୍ରାମର ଗାଗା ଦେହୁରୀ, ସୌମ୍ୟ ରଞ୍ଜନ ସାହୁ, ଗୋପାଳ ବେହେରା ପ୍ରମୁଖ ସହଯୋଗ କରିଥିଲେ।