ଅନୁଗୁଳ: ଆଜି ସାବିତ୍ରୀ ଅମାବାସ୍ୟାରେ ସବୁ ସଧବା ନାରୀ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ରଖିଛନ୍ତି। ଏ ଅବସରରେ ଅନୁଗୁଳ ସହରର ଶିମିଳିପଡ଼ା ଠାରେ କିନ୍ନରମାନେ ମଧ୍ୟ ବେଶ ଧୁମଧାମରେ ସାବିତ୍ରୀ ପାଳନ କରିଛନ୍ତି।
ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର କିନ୍ନର ସକାଳୁ ସଜେଇ ହେଇ ଫଳ ମୂଳ ଧରି ଆଜି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ବ୍ରାହ୍ମଣ ପୂଜା କରି ସାରିବା ପରେ କିନ୍ନରମାନେ ପୁଷ୍ପାଞ୍ଜଳି ଦେଇ ପାଦୁକ ପାଇଁ ସାବିତ୍ରୀ ବ୍ରତ ପାଳିଛନ୍ତି। ପରେ ପୂଜା ହୋଇଥିବା ଶାଢ଼ିଙ୍କୁ ପିନ୍ଧି ଗୁରୁଙ୍କୁ ପୂଜା କରିଥିଲେ। କିଛି କିନ୍ନର ଦୂରରେ ରହୁଥିବା ଗୁରୁଙ୍କୁ ମୋବାଇଲରେ ଭିଡିଓ କଲ୍ କରି ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି।