ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସନ୍ତା ମାର୍ଚ୍ଚ ୩ ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତି ସ୍ତମ୍ଭ ସମ୍ମୁଖରେ ଧାରଣା ଦେବ ସଚେତନ ନାଗରିକ ମଞ୍ଚ। ସକାଳ ୧୦ଟାରୁ ୧୨ ଟା ଯାଏଁ ଦୁଇ ଘଣ୍ଟା ଧରି ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦିଆଯିବ। ଏନେଇ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ସାହୁ, ଆଇନଜୀବୀ ଯଦୁମଣି ସାହୁ, ପୂର୍ବତନ ନଗରପାଳ କେଶବ ଭୂତିଆ, ଇଂ ରମେଶ ଚନ୍ଦ୍ରବେହେରା, କଂଗ୍ରେସ ନେତା ରାଜକିଶୋର ସାହୁ, କୁଶ ବିହାରୀ ସାମଲ, କାଳନ୍ଦୀ ସାମଲ, ଲିପୁ ରଥ, ପ୍ରକାଶ ସାହୁ, ସୁଶିଲ ନାଏକ, ପ୍ରଶାନ୍ତ ବେହେରା, ମନମୋହନ ପତି, ବାଉରୀ ବନ୍ଧୁ ବେଜ, ସରକାରୀ ଓକିଲ ନିର୍ମଳ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଡାକ୍ତର ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।