ତାଳଚେର: କର୍ମକ୍ଷେତ୍ରରେ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏନଟିପିସି ତାଳଚେର ଥର୍ମାଲ ପାୱାର ପ୍ରଜେକ୍ଟ ପକ୍ଷରୁ ‘ଉଚ୍ଚତାରେ କାର୍ଯ୍ୟ ଏବଂ ସୁରକ୍ଷା ଅଭ୍ୟାସ’ ଶୀର୍ଷକ ଏକ ବ୍ୟାପକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସରକାରଙ୍କ କାରଖାନା ଓ ବୟୋଲର୍ସ ଉପନିର୍ଦେଶକ ଡ. ରମେଶ ବେହେରା ମୁଖ୍ୟ ପ୍ରଶିକ୍ଷକ ଭାବେ ଶିବିର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମହାପ୍ରବନ୍ଧକ ପ୍ରଦୀପ କୁମାର ସ୍ୱାଗତ ଭାଷଣ ଦେବା ସହ ଡ. ବେହେରାଙ୍କୁ ସମ୍ମାନିତ କରିଥିଲେ। ପିଡି/ଜିଏମ ବି. ମାଝୀ କାରଖାନା ବିଭାଗର ସହକାରୀ ନିର୍ଦେଶକ ମାଧବ ଚନ୍ଦ୍ର ମଲ୍ଲିକଙ୍କୁ ସ୍ୱାଗତ କରିଥିଲେ। ଡ. ବେହେରା ଉଚ୍ଚତାରେ କାମ କରିବା ସମୟରେ ସମ୍ଭାବ୍ୟ ବିପଦ, କୋଠର ସୁରକ୍ଷା ବ୍ୟବସ୍ଥା ଓ ସର୍ବୋତ୍ତମ ଅନୁଶୀଳନ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଏହି ତାଲିମରେ ପ୍ରାୟ ୩୦୦ରୁ ଅଧିକ କର୍ମଚାରୀ, କାର୍ଯ୍ୟନିର୍ବାହୀ ଓ ଠିକା କର୍ମଚାରୀ ଅଂଶଗ୍ରହଣ କରିଥିଲେ।ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ସମସ୍ତ କର୍ମଚାରୀଙ୍କ ପାଇଁ ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣର ସର୍ବୋଚ୍ଚ ମାନଦଣ୍ଡ ସୁନିଶ୍ଚିତ କରିବା ଏନଟିପିସି ତାଳଚେର ଥର୍ମାଲର ମୂଳଲକ୍ଷ୍ୟ ବୋଲି ପ୍ରକାଶ କରାଯାଇଛି।