ଅନ୍ୟାନ୍ୟ

ବାରିରୁ ଶାଗୁଆନ ଗଛ କାଟି ଦେଇଥିବା ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ

By Angul TV Bureau

June 20, 2024

 

ବଇଣ୍ଡା: ବାରିରୁ ଗଛ କାଟି ନେଇଥିବା ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସ୍ଥାନୀୟ ଠାକୁରଗଡ଼ ଥାନା ବନ୍ତୁଲ ଗ୍ରାମର ବଳରାମ ପ୍ରଧାନ ନିଜ ଜମିରେ ୫୦ରୁ ଊର୍ଦ୍ଧ୍ବ ଶାଗୁଆନ ଗଛ ଲଗାଇଥିଲେ। ତାଙ୍କ ଜମିରୁ ସେହି ଗ୍ରାମର ଟଙ୍କଧର ପ୍ରଧାନ କିଛି ଶାଗୁଆନ ଗଛ କାଟି ନେଇଥିବା ନେଇ ସେ ବୁଧବାର ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ କେସ୍ ନମ୍ବର ୧୩୪/୨୪ ରେ ଏକ ମାମଲା ରୁଜୁ କରିଛି।