ଅନ୍ୟାନ୍ୟ

ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ଥିଲେ ମହାତ୍ମା ଗାନ୍ଧୀ

By Biswaranjan Pattnaik

January 31, 2023

ଅନୁଗୁଳ: ମାହାତ୍ମା ଗାନ୍ଧିଜୀଙ୍କର ୭୫ତମ ସହିଦ ଦିବସ ସୋମବାର ଗାନ୍ଧୀ ପାର୍କ ଠାରେ ପାଳିତ ହୋଇଯାଇଛି । ଗାନ୍ଧୀଙ୍କ ବିଚାରରେ ‘ସତ୍ୟ’ ହିଁ ଈଶ୍ୱର ସଦୃଶ ପରିଗଣିତ ହେଉଥିଲା । ୫.୧୭ ମିନିଟ ସମୟରେ ସର୍ବ ଧର୍ମ ପ୍ରାର୍ଥନା ଗାନ କରାଯାଇଥିଲା, ଯେଉଁ ସମୟ ରେ ଗାନ୍ଧୀଜୀଙ୍କୁ ଆତତାୟୀ ନାଥୁରାମ ଗୁଳି ମାରିଥିଲା ଗାନ୍ଧୀଜୀଙ୍କ ଜୀବନୀ ଉପରେ ଉପସ୍ଥିତ ଯୁବ ବର୍ଗ ମାନଙ୍କ ମଧ୍ୟରେ ଆଲୋଚନା ହେଇଥିଲା । ଦେଶରେ ଚାଲିଥିବା ହିଂସା ଆଜି ସବୁଠୁ ବଡ ସମସ୍ୟା ତାକୁ ରୋକିବାକୁ ହେଲେ ଗାନ୍ଧୀଜୀଙ୍କର ବିଚାର ହିଁ ଏକ ମାତ୍ର ରାସ୍ତା ଯୁବ ପିଢ଼ି ଆଜି ଦିଶା ହୀନ ହେଇ ଚାଲୁଛି,ଏହି ଦିନ ହେଉଛି ହିଂସା ଵିରୁଦ୍ଧରେ ସଂକଳ୍ପ ଓ ପ୍ରାୟଶ୍ଚିତର ଦିବସ। ଗାନ୍ଧିଜୀଙ୍କର ସତ୍ୟ ଅହିଂସା ଅନୁସରଣ କରିବାସମସ୍ତେ ମତ ଦେଇଥିଲେ । ଉକ୍ତ ସଭାରେ ବିଦ୍ୟାଧର ନାୟକ ସର୍ବ ଧର୍ମ ପ୍ରାର୍ଥନା ଗାଇଥିଲେ। ହିନ୍ଦୁ,ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ,ଜୈନ,ଶିଖ ଆଦିଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀ ସଂଗ୍ରାମ କରିବାରୁ ଭାରତ ସ୍ବାଧୀନତା ପାଇଥିଲା ।ହେଲେ ମହାତ୍ମା ଗାନ୍ଧିଜୀ ଙ୍କୁ ଭାରତ ର ଖଳନାୟକ ସଜାଇବା ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଚାଲିଛି।କିନ୍ତୁ ସେମାନେ ବୁଝିବା ଜରୁରୀ ଯେ,ଯେଉଁ ଗାନ୍ଧିଜୀଙ୍କୁ ସେମାନଙ୍କ ଗୁଳି ଖତମ କରିପାରିନାହିଁ ,ଗାଳିରେ ସେ କେମିତି ଖତମ ହେବେ ? ଭବିଷ୍ୟତରେ ଲୋକମାନଙ୍କୁ ବୁଝିବାକୁ କଷ୍ଟ ହବ କି ହାଡ ମାଂସ ତିଆରି ଗାନ୍ଧୀ ଭଳି ଏମିତି କେହି ଧାରା ପୃଷ୍ଠରେ ଥିଲା। ସଭାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଆଇନଜିବୀ ଶରତ ସାହୁ ସମ୍ପାଦକ ପ୍ରସନ୍ନ ଦାଶ,ପାବକ ଗଡ଼ନାୟକ,ପ୍ରତାପ ମହାପାତ୍ର, ଆଇନ ଜୀବି ଦିଲୀପ ଦାଶ ସାମାଜିକ କର୍ମୀ ଅଜୟ ଭାଇ , ବ୍ରହ୍ମଜ୍ୟୋତି ମିଶ୍ର ,ରାଷ୍ଟ୍ରୀୟ ଯୁବା ସଂଗଠନ ର ସୂର୍ଯ୍ୟନାରାୟଣ ନାଥ, ଉକ୍ରଳ ସର୍ବୋଦୟ ମଣ୍ଡଳ ରାଉତ ଅଦ୍ୟାଶ୍ଲୋକ ମିଶ୍ର ଆଦି ଉପସ୍ଥିତ ଥିଲେ।