କଳା ଓ ସଂସ୍କୃତି

ଶୈଳଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ବିନା ଭକ୍ତରେ ଚନ୍ଦନ ଯାତ୍ରା

By Angul TV Bureau

May 16, 2021

ଅନୁଗୁଳ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରେ ଅନୁକୂଳ ହୋଇଛି ମହାପ୍ରଭୁଙ୍କ ରଥକାଠ । କରୋନା କଟକଣା ପାଇଁ ସ୍ଵଳ୍ପ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି । ମନ୍ଦିର ପରିଚାଳନା କମିଟି ସଭାପତି ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ତିନି ଠାକୁରଙ୍କ ରଥକାମ ନିର୍ମାଣ କାର୍ଯ୍ୟ ପାଇଁ ରଥ କାଠ ଅନୁକୂଳ କରିଛନ୍ତି। ସୁଭଦ୍ରାଙ୍କ ଦେବଦଳନ ରଥର କର୍ତ୍ତା ଭାବେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହେମନ୍ତ ଦାଶ, ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥର କର୍ତ୍ତା ଭାବେ ଯୁଗ୍ମ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାପାତ୍ର ଓ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର କର୍ତ୍ତା ଭାବେ ବିଦ୍ୟାପତି ଗଗନ ବିହାରୀ ନନ୍ଦ ହୋମଯଜ୍ଞରେ ବସିଥିଲେ। ପୂର୍ବାହ୍ନ ୧୦ଟା ୪୫ ବେଳକୁ ହୋମକାର୍ଯ୍ୟ ଶେଷ ହୋଇଥିଲା । ଜିଲ୍ଲାପାଳ ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚି ପୁଷ୍ପାଞ୍ଜଳି ଦେବା ସହ ତିନି ରଥର କାରିଗରଙ୍କୁ ଶାଢୀ ବାନ୍ଧି ରଥ ନିର୍ମାଣ ଦାୟିତ୍ବ ଅର୍ପଣ କରିଥିଲେ । ପରମ୍ପରା ଅନୁସାରେ ରଥ ନିର୍ମାଣ ନିଷ୍ଠାର ସହ କରିବାକୁ କାରିଗରମାନେ ସମ୍ମତି ପ୍ରକାଶ କରିଥିଲେ । କରୋନା କଟକଣା ପାଇଁ ବିଶେଷ ଭାବେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା କରି ରଥ ନିର୍ମାଣ କରାଯିବ।