ଘଟଣା ଓ ଦୁର୍ଘଟଣା

ଦୋକାନରୁ ୬୦ ହଜାର ଟଙ୍କା ଚୋରି କରି ସେଲସମ୍ୟାନ୍ ଗିରଫ

By Angul TV Bureau

October 19, 2022

ଅନୁଗୁଳ : ସୋମବାର ରାତିରେ ତୁରଙ୍ଗ ସ୍ଥିତ ଭାଗ୍ୟଶ୍ରୀ ଆଗ୍ରୋ ଏଜେନ୍ସିରୁ ଚୋରି କରିବା ଅଭିଯୋଗରେ ଦୋକାନର ସେଲସମ୍ୟାନ ଗିରଫ ହୋଇଛନ୍ତି।

ସୂଚନା ମୁତାବକ, ମଙ୍ଗଳବାର ସକାଳେ ଦୋକାନ ମାଲିକ ସପନ ପତି କ୍ୟାସ ବାକ୍ସରେ ୬୦ ହଜାର ଟଙ୍କା କମ୍ ଥିବା ଦେଖିଥିଲେ। ସିସିଟିଭି ଚେକ୍ କରିବାରୁ ସେଲସମ୍ୟାନ ରାକେଶ ମଲ୍ଲିକ(୧୯) କ୍ୟାସ ବାକ୍ସରୁ ଟଙ୍କା ନେଇଥିବା ପ୍ରମାଣିତ ହୋଇଥିଲା। ଏହା ପରେ ମାଲିକ ଥାନାରେ ଅଭିଯୋଗ କରିଥିଲେ। ରାକେଶ ପୋଲିସ ଆଗରେ ସବୁ ସତ ମାନିବା ପରେ ତାକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।